Q & A on Gnostic Society || Collective Living || Aspiring Commune || Ch. Nirakar Bhai || ODIA

Описание к видео Q & A on Gnostic Society || Collective Living || Aspiring Commune || Ch. Nirakar Bhai || ODIA

1)ଦିବ୍ୟ ସମାଜ ଗଠନର ଆବଶ୍ୟକତା ଓ ଆଭିମୂଖ୍ୟ କ’ଣ? ବତ୍ତର୍ମାନ ଯେଉଁ ସମୂହ ଅଭିପ୍ସା କେନ୍ଦ୍ର କିଛି ସ୍ଥାପନ ହେଉଛି, ସେମାନଙ୍କୁ ଦିବ୍ୟ ସମାଜ କୁହାଯିବ ନା ଦିବ୍ୟ ସମାଜ ପାଇଁ ପ୍ରସ୍ତୁତିର କେନ୍ଦ୍ର ବୋଲି କୁହାଯିବ? ଶ୍ରୀଅରବିନ୍ଦ ଆଶ୍ରମ ବା ଅରୋଭିଲ୍ ଯେଉଁ ବ୍ୟବସ୍ଥା ବା ଧାରାରେ ପରିଚାଳିତ ହେଉଛି, ଠିକ୍ ସେହିଭଳି ବତ୍ତର୍ମାନ ସ୍ଥାପିତ ହେଉଥିବା ସମୂହ ଅଭିପ୍ସା କେନ୍ଦ୍ର ପରିଚାଳିତ ହେବ କି? ଶ୍ରୀଅରବିନ୍ଦ ଆଶ୍ରମ ବା ଅରୋଭିଲ୍କୁ ଏକ ସମୂହ ଅଭିପ୍ସା କେନ୍ଦ୍ରର ଏକ ମୋଡେଲ୍ ବୋଲି କୁହାଯାଇ ପାରିବ କି? ଅନ୍ୟାନ୍ୟ ଶ୍ରୀଅରବିନ୍ଦ ଅନୁଷ୍ଠାନମାନଙ୍କ ଠାରୁ ସମୂହ ଅଭିପ୍ସା କେନ୍ଦ୍ର କିପରି ଭିନ୍ନ ଅଟେ? ସମୂହ ଅଭିପ୍ସା କେନ୍ଦ୍ର ଗଠନ ହେବାର ସମୟ ଉପନୀତ ହେଲାଣି କି?

2) ସମୂହ ଅଭିପ୍ସା କେନ୍ଦ୍ର ଗଠନ ପାଇଁ ପ୍ରକୃତରେ କେଉଁମାନେ ଯୋଗ୍ୟ ବିବେଚିତ ହେବେ ଓ ସେମାନଙ୍କ କେଉଁ କେଉଁ ଗୁଣ ବିକସିତ ହୋଇଥିବା ଆବଶ୍ୟକ? ଯଦି ଆବଶ୍ୟକୀୟ ଗୁଣ ବିକସିତ ନ ହୋଇ ସମୂହ ଅଭିପ୍ସା କେନ୍ଦ୍ରରେ ସାମିଲ୍ ହୋଇଯିବୁ, ତେବେ ସମୂହ ଅଭିପ୍ସା କେନ୍ଦ୍ର ସାଧାରଣ କେନ୍ଦ୍ରରେ ପରିଣତ ହୋଇଯିବ ନାହିଁକି? ପରିବାର ଓ ସମାଜର ବିରୋଧ ବଢିଯିବା ଫଳରେ ସମ୍ଭାବିତ ବାଧାବିଘ୍ନକୁ ସମ୍ମୁଖୀନ ହେବାପାଇଁ ମା’ ସାହାଯ୍ୟ କରିବେ କି?

3) ବାହ୍ୟ ସମାଜ ସହ ସମୂହ ଅଭିପ୍ସା କେନ୍ଦ୍ରମାନଙ୍କର ସମ୍ପର୍କ ଓ ଭୂମିକା କ’ଣ? ବାହ୍ୟ ସମାଜ ଏହା ଦ୍ଵାରା କିପରି ଉପକୃତ ହେବ?

4) ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସ୍ବଧର୍ମର ପ୍ରେରଣା ଅନୁଶାରେ ସାଧନା କରୁଛନ୍ତି। ସେମାନଙ୍କୁ ସମୂହ ଅଭିପ୍ସା କେନ୍ଦ୍ରର ସ୍ଥାପନାରେ ଆମନ୍ତ୍ରଣ କରିବା କେତେଦୂର ଯଥାର୍ଥ ଅଟେ? ଜଣେ ନିଜ ଭିତରେ ପୂର୍ଣ୍ଣ ସମ୍ମତି ବା ତୀବ୍ର ପ୍ରେରଣା ନ ପାଇବା ପର୍ଯ୍ୟନ୍ତ ଅନ୍ୟମାନଙ୍କ ପ୍ରରୋଚନା ବା ବାଧ୍ୟବାଧକତାରେ ସମୂହ ଅଭିପ୍ସା କେନ୍ଦ୍ରର ସ୍ଥାପନାରେ ଅଂଶ ଗ୍ରହଣ କରିବା ଉଚିତ ହେବ କି?

5) ହାତ ଗଣତି ସୁପରିଚାଳିତ ଅନୁଷ୍ଠାନର ଆନ୍ତରିକ ବ୍ୟକ୍ତିମାନେ ସମୂହ ଅଭିପ୍ସା କେନ୍ଦ୍ର ସ୍ଥାପନାରେ ନିଜକୁ ସାମିଲ କରିବା ଦ୍ଵାରା, ବିଦ୍ୟମାନ ଥିବା ହାତ ଗଣତି ସୁପରିଚାଳିତ ଅନୁଷ୍ଠାନମାନଙ୍କ ଅବସ୍ତା କ’ଣ ହେବ? ସମୂହ ଅଭିପ୍ସା କେନ୍ଦ୍ର ଓ ବିଦ୍ୟମାନ ଥିବା ଅନୁଷ୍ଠାନମାନଙ୍କ ମଧ୍ୟରେ ସମନ୍ଵୟ କିପରି ସମ୍ଭବ ହେବ?

6) ନିଜ ଘରେ ରହି ମା’ଙ୍କ କାର୍ଯ୍ୟ କରିବା ଓ ପରିବାର ତଥା ସମାଜର ଦାୟିତ୍ଵ ତୁଲାଇବାରେ କିଛି ଦ୍ଵନ୍ଦ ବା ବିରୋଧାଭାସ ରହୁନାହିଁ। କିନ୍ତୁ ସମୂହ ଅଭିପ୍ସା କେନ୍ଦ୍ରରେ ରହି ମା’ଙ୍କ କାର୍ଯ୍ୟ କରିବା ଓ ପରିବାର ତଥା ସମାଜର ଦାୟିତ୍ଵ ତୁଲାଇବାରେ ଦ୍ଵନ୍ଦ ବା ବିରୋଧାଭାସ ରହୁଛି। ଏହାର ସମାଧାନ କ’ଣ?

7) ସମୂହ ଅଭିପ୍ସା କେନ୍ଦ୍ରର ପରିଚାଳନା ପାଇଁ ବିଭିନ୍ନ ବିଭାଗ ଯଥା ସମାଜ ସମ୍ପର୍କ ବିଭାଗ, ଆଦର୍ଶ ପ୍ରସାର ବିଭାଗ, ଅର୍ଥ ଯୋଗାଡ ବିଭାଗ, କୃଷି ବିଭାଗ ଆଦିର ଆବଶ୍ୟକତା ରହିଛି କି? ଯଦି ରହିଛି, ତେବେ କିଏ କେଉଁ ବିଭାଗ ପାଇଁ ପ୍ରଯୁଜ୍ୟ ହେବ ତାହା କିପରି ନିରୁପିତ ହେବ? ଦିବ୍ୟ କର୍ମରେ ଶ୍ରେଣୀ ବିନ୍ୟାସର ସ୍ଥାନ ରହିଛି କି?

8) ଗାର୍ହସ୍ଥ୍ୟ ଜୀବନକୁ ବରିନେଇଥିବା ଅଧିକାଂଶ ମାତୃ ସନ୍ତାନ ସୁବିଧାବାଦୀ ହୋଇଗଲୁଣି। ଯାହା ସହଜ, ସୁବିଧାଜନକ ଓ ଯାହା ଆମକୁ ସୁହାଇଥାଏ ସେପରି କାର୍ଯ୍ୟରେ ଆଗଭର ହୋଇଥାଉ। କିନ୍ତୁ ମହାନ ଦୁଃସାହସିକ କାର୍ଯ୍ୟରେ କୈାଣସି ନା କୈାଣସି ଆଳରେ ନିଜକୁ ଦୁରେଇ ରଖିଥାଉ। ଏହି ଦୃଷ୍ଟିରୁ ଗାର୍ହସ୍ଥ୍ୟ ଜୀବନକୁ ବରି ନ ନେଇ କେବଳ ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ବ୍ୟକ୍ତିମାନେ ସମୂହ ଅଭିପ୍ସା କେନ୍ଦ୍ରର ଦୁଃସାହସିକ କାର୍ଯ୍ୟ ପାଇଁ ଯୋଗ୍ୟ ବୋଲି ମନେହୁଏ। ଏପରି ମନ୍ତବ୍ୟ କେତେଦୂର ଯଥାର୍ଥ?

9) ବତ୍ତର୍ମାନର ଯୁବ ସମାଜ ଜଡ ପ୍ରାଧାନ୍ୟ ଜୀବନକୁ ଆଦରି ସେଥିରେହିଁ ଶ୍ରମ, ସମୟ, ଚିନ୍ତା-ଚେତନା ଅତିବାହିତ କରୁଛନ୍ତି ଓ ପଥଚ୍ୟୁତ ହେଉଛନ୍ତି। ସମୂହ ଅଭିପ୍ସା କେନ୍ଦ୍ରର ସ୍ଥାପନ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ କିପରି ପ୍ରୋସିାହିତ କରାଯାଇ ପାରିବ?

Комментарии

Информация по комментариям в разработке