Rasagola Anthem | ରସଗୋଲା ସଂଗୀତ | Odissi Dance | Saswat Joshi | Subhransu Panda I Abhijeet Mishra

Описание к видео Rasagola Anthem | ରସଗୋଲା ସଂଗୀତ | Odissi Dance | Saswat Joshi | Subhransu Panda I Abhijeet Mishra

#OdiaMusik #OdiaMusic #SubhransuPanda #AbhijeetMishra #ViralSong #NewOdiaSong #OdiaViralSong #ViralOdiaSong #Rasagola #RasagolaSong #RasagolaAnthem #SaswatJoshi #OdissiDance #RasagolaDay #RasagolaDibasa #ରସଗୋଲାଦିବସ

Odissi Dance Recital
Choreography: SASWAT JOSHI
Dance: SASWAT JOSHI & TEAM
Event: RASAGOLA ANTHEM RELEASE CEREMONY
Venue: JAYADEV BHAWAN, BHUBANESWAR
Date: JULY 18, 2024
Orgainsed by: ODIA MEDIA PRIVATE LIMITED

Rasagola Anthem ରସଗୋଲା ସଂଗୀତ
Lyrics and concept: SUBHRANSU PANDA
Music and vocal: ABHIJEET MISHRA
Videography: BISHNU PRASAD MOHANTY
Editing: BISWAJIT MOHANTY
Producer: ODIA MEDIA PRIVATE LIMITED

Original production link    • Rasagola Anthem | ରସଗୋଲା ସଂଗୀତ | Subh...  

© Odia Media Private Limited, 2024

ANTI-PIRACY WARNING
All rights reserved. Video, audio and lyrics of this music content are protected by copyright law and may not be used or reproduced without the express written permission of the copyright owner. However news channels can use maximum 1 minute video/audio of this content with giving proper credit to the producer and artists. Violators may face legal consequences.

ସମ୍ପୂର୍ଣ୍ଣ ଗୀତ

ଆରମ୍ଭରୁ ବଚନିକା
ରଥଯାତରା ଶେଷହେଲା, ମନ୍ଦିରେ ଦିଅଁ ପ୍ରବେଶିଲା ।
ଲକ୍ଷ୍ମୀ ଯେସନେ ବିଛାମଳା, ରସେ ତୋଷିବେ ଚକାଡୋଳା ।
ଏପଟେ ଦାଣ୍ଡେ ଭକ୍ତମେଳା, ନୈବେଦ୍ୟ ପାଇଁ ଠେଲାପେଲା ।
ବାର ଜାତିକୁ ତେର ଗୋଲା, ମିଠା ଖାଇଲେ ସବୁ ଗଲା ।
କାହିଁକି କର ଏତେ ପାଲା, ଆସ ଖାଇବା ରସଗୋଲା ।
ସିରାକୁ ମଣି ସୁରା ବେଲା, ଭଣେ ଶୁଭ୍ରାଂଶୁ ହୋଇ ଭୋଳା ।।
ବୋଲ ଆନନ୍ଦେ ଏକବାର ହରିବୋଲ…

ଗୀତ ଆରମ୍ଭ
ଉଠୁଛି ପଡ଼ୁଛି ଆଜି ସାରା ଶ୍ରୀମନ୍ଦିର,
ଯାତରାରୁ ଲେଉଟିବେ ଜଗତ ଠାକୁର
ଏକୁଟିଆ ଲକ୍ଷ୍ମୀ ମାଆ ଅଭିମାନ କରି,
କବାଟ କିଳି କାନ୍ଦନ୍ତି ଗୁମୁରି ଗୁମୁରି
କି ଦେଇ କିଣିବେ ମନ କାଳିଆ ସାଆଁତେ,
ରସଗୋଲା ପରି ମିଠା ଅଛି କି ଜଗତେ…

ରସଗୋଲା ରସଗୋଲା ରସଗୋଲା
ମିଠା ଜଗତର ରଜା ରସଗୋଲା
ଠାକୁର ପ୍ରସାଦ ପରା ରସଗୋଲା
ଭକତେ ତା ପାଇଁ ବାଇ ରସଗୋଲା
ରସଗୋଲା ରସଗୋଲା ରସଗୋଲା
ଓଡ଼ିଶାର ରସଗୋଲା ରସଗୋଲା (0)

ହୋ ଭକତେ... ଓ...
ରଥ ଲାଗିଲାଣି ଦୁଆରେ
ଠାକୁରେ ଫେରିବେ ମନ୍ଦିରେ
ମଣିମା ଆସନ୍ତି ରସଗୋଲା ଧରି
ବିଜେହେବେ ରତ୍ନବେଦିରେ...
ହୋ ଭକତେ...

ରସଗୋଲା ରମାକୁ ଦେବି, ମନ ତୋଷିବି
ନୀଳାଦ୍ରି ବିଜେ ହୋଇଲେ ମିଠା ଦେଇ ରସିବି
ତା ଆଖିରୁ ଲୁହ ବାରି ଯେବେ ପଡ଼ୁଥିବ ଝରି
ମୋ ଦୃଷ୍ଟି ପଡ଼ନ୍ତେ କାନ୍ଧ ଗାମୁଛାରେ ପୋଛିବି
ରସଗୋଲା ରମାକୁ ଦେବି… (1)

ହୋ ଭକତେ... ଓ...
ରଥ ଗଡ଼େ ଘାଇଁ ଘାଇଁ, ଚକ ଗଡ଼େ ଘାଇଁ ଘାଇଁ
ରସଗୋଲା ଆମ ବାଇଆ କଲାଣି, ଖାଇବାକୁ ହାଇଁ ପାଇଁ...
ହୋ ଭକତେ...

ରସଗୋଲା, ସମାନ କେ ନୋହିଲାରେ
ତା ନାମ ଯେ କଲେ ଚୋରି, ବିବାଦ ହେବାରୁ ଭାରି
ଓଡ଼ିଶାର ରସଗୋଲା ବୋଇଲାରେ
ଯେତେ ମିଠା ଜଗତରେ, ନପଡ଼ନ୍ତି ପାସଙ୍ଗରେ
ତୁଣ୍ଡେ ଦେଲେ ସବୁ ଦୁଃଖ ସଇଲାରେ
ରସଗୋଲା, ସମାନ କେ ନୋହିଲାରେ (2)

ହୋ ଭକତେ... ଓ...
ଜଗାକୁ ସୁନ୍ଦର ସିନ୍ଧୁଦୂହିତା, ଭାରିଜା ହାତକୁ ଧରି ଘଇତା
ଯାଇଥେଲେ ପୁରୀ ଯାତ ଦେଖିବାକୁ, ରସଗୋଲା ଖାଇ ମନ ଚଇତା
ହୋ ଭକତେ...

ଦେଖ ଗୋ... ସଖୀ ଦେଖ ଗୋ
ରସଗୋଲାର ଚାଲି
ପୁରୀ କଲିକତା ବମ୍ବେ ଯେ ଦିଲ୍ଲୀ, ସାରା ପୃଥିବୀ ସେ ଆସିଲା ବୁଲି
ଦେଖ ଗୋ…
ବିବିଧ ରାଇଜେ ଗଲା ବଦଳି, ଆମ ଆମ ବୋଲି ଲାଗନ୍ତି କଳି
ହେଲେ ଅବଧାନେ ନହୁଅ ଭାଳି , ଓଡ଼ିଶା ସୁଆଦ ସବୁକୁ ବଳି
ଦେଖ ଗୋ… ଆଗୋ ସଖୀ ଦେଖ ଗୋ (3)

ଉଠୁଛି ପଡ଼ୁଛି ଆଜି ସାରା ଶ୍ରୀମନ୍ଦିର,
ଯାତରାରୁ ଲେଉଟିବେ ଜଗତ ଠାକୁର
ଏକୁଟିଆ ଲକ୍ଷ୍ମୀ ମାଆ ଅଭିମାନ କରି,
କବାଟ କିଳି କାନ୍ଦନ୍ତି ଗୁମୁରି ଗୁମୁରି
କି ଦେଇ କିଣିବେ ମନ କାଳିଆ ସାଆଁତେ,
ରସଗୋଲା ପରି ମିଠା ଅଛି କି ଜଗତେ…

ରସଗୋଲା ରସଗୋଲା ରସଗୋଲା
ମିଠା ଜଗତର ରଜା ରସଗୋଲା
ଠାକୁର ପ୍ରସାଦ ପରା ରସଗୋଲା
ଭକତେ ତା ପାଇଁ ବାଇ ରସଗୋଲା
ରସଗୋଲା ରସଗୋଲା ରସଗୋଲା
ଓଡ଼ିଶାର ରସଗୋଲା ରସଗୋଲା (0)
ହୋ ଭକତେ...

Комментарии

Информация по комментариям в разработке