History Of Boirani Yatra, ବୋଇରାଣି ମହାମୟୀ ଯାତ୍ରା ର ଇତିହାସ, Kabisuryanagar, Ganjam

Описание к видео History Of Boirani Yatra, ବୋଇରାଣି ମହାମୟୀ ଯାତ୍ରା ର ଇତିହାସ, Kabisuryanagar, Ganjam

History Of Boirani Yatra, ବୋଇରାଣି ମହାମୟୀ ଯାତ୍ରା ର ଇତିହାସ, Kabisuryanagar, Ganjam




#askajp
#boiraniyatra
#kabisuryanagar





Special Thanks :-

Durga Bhai
Soumya Senapati
Snehasish Mahanty (ASKA TOKA)
Anubhav ( A1 HERO )



ଶିବ ପୁରାଣ ଅନୁସାରେ ଭଗବାନ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ବ୍ରହ୍ମାଣ୍ଡ ର ପ୍ରଥମ ପ୍ରେମ ବିବାହ, ଯାହାକି ମାତା ସତୀଙ୍କ ପିତା ଦକ୍ଷଙ୍କ ଇଛା ବିରୁଦ୍ଧରେ ଅନୁଷ୍ଠିତ ହୋଇଥିଲା, କାହିଁକି ନା ଦକ୍ଷ ପ୍ରଜାପତି ଭଗବାନ ସଦାଶିବଙ୍କୁ ତ୍ରିଦେବ ମଧ୍ୟ ରେ ଦେବତା ମାନୁନଥିଲା, ସର୍ବଦା ତାହାଙ୍କ ଅପମାନ କରୁଥିଲା, ନିଜ ପ୍ରେୟ ପୁତ୍ରୀ ର ତାଙ୍କ ସହ ବିବାହ ସେ ସହ୍ୟ କରି ପାରିନଥିଲା
ଦିନେ ସେ ବିରାଟ ଯଜ୍ଞ ର ଆୟୋଜନ କରି ମାତା ସତୀ ଏବଂ ମହାଦେବ ଙ୍କ ବିନା ବାକି ସମସ୍ତ ଦେବତା ଙ୍କୁ ନିମନ୍ତ୍ରଣ କରିଥିଲା, ଏହା ସତୀ ମାତା ଙ୍କୁ ଜଣାପଡିବା ପରେ ସେ ପିତା ପ୍ରେମ ରେ ମୋହଗ୍ରସ୍ତ ହୋଇ ମହାଦେବ ଙ୍କ ବାରମ୍ବାର ବାରଣ ସତ୍ୱେ ଯଜ୍ଞନୁଷ୍ଠାନ ରେ ସମ୍ମିଳିତ ହେବାପାଇଁ ଗଲେ, ସେଠା ରେ ପିତା ମାତା ଙ୍କ ଆଗରେ ଭଗବାନ ମହାଦେବଙ୍କ ବହୁତ ଅପମାନ କଲେ, ତେଣୁ ସେ ଏହା ସହି ନ ପାରି ଯଜ୍ଞକୁଣ୍ଡ କୁ ଡେଇଁ ନିଜର ଶରୀର ତ୍ୟାଗ କଲେ
ଏହା ଶିବ ଙ୍କୁ ଜ୍ଞାତ ହେବା ପରେ ସେ କ୍ରୋଧରେ ଦକ୍ଷ ପ୍ରଜାପତି ର ଯଜ୍ଞ ଧ୍ବଂସ କରିବା ସହ ତାକୁ ଉଚିତ ଶାସ୍ତି ପ୍ରଦାନ କରିଥିଲେ, କିନ୍ତୁ ମାତାଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ନିଜ କୋଳ ରେ ଧାରଣ କରି ବ୍ରହ୍ମାଣ୍ଡ ରେ ବିଚରଣ କରିବା ଆରମ୍ଭ କଲେ, କ୍ରମେ ଶିବଙ୍କ କ୍ରୋଧ ପ୍ରଚଣ୍ତ ହେବାରୁ ସଂସାର ଧ୍ବଂସ ହେବାକୁ ଲାଗିଲା, ଏହା ଦେଖି ବିଷ୍ଣୁ ଭଗବାନ ଶିବଙ୍କ ମୋହ ନଷ୍ଟ କରିବା ପାଇଁ ମାତାଙ୍କ ଶରୀର କୁ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ଖଣ୍ଡ କରିବାକୁ ଲାଗିଲେ, ତାହା 56 ଖଣ୍ଡ ରେ ବିଭାଜିତ ହୋଇ ପୃଥିବୀ ଉପରେ ପଡ଼ିବାକୁ ଲାଗିଲା ଏବଂ 56 ଶକ୍ତି ପୀଠ ରେ ପରିଣତ ହେଲା, ସେହି ପିଣ୍ଡ ମଧ୍ୟ ରେ ମା ଙ୍କ ପାଦ ଗଞ୍ଜାମ ଜିଲ୍ଲା ର କବିସୂର୍ଯ୍ୟନଗର ରେ ପଡିଥିଲା, ଯାହାକି ମା ମହାମୟୀ ଶକ୍ତିପୀଠ ନାମ ରେ ବିଖ୍ୟାତ


ଏହି ମହାମୟୀ ଯାତ୍ରା ର ମଧ୍ୟ ଏକ ମନୋରମ କାହାଣୀ ଅଛି, ଯେ ମା ଏକ ବାଳିକା ର ରୂପନେଇ କବିସୂର୍ଯ୍ୟନଗର ର ଦେମବେହେରା ସାହି ର ଏକ ତନ୍ତୀ ଙ୍କ ର ଝିଅ ପରିଚୟ ଦେଇ ଚୁଡି ଓ ଲୁଗା ପିନ୍ଧିଥିଲେ, ଏବଂ ସେହିଘରେ ସେ ଝିଅ ରୂପରେ ବିଦ୍ୟମାନ ରହିବେ ବୋଲି ସ୍ବପ୍ନ ମାଧ୍ୟମ ରେ କଥା ଦେଇଥିଲେ ତା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲି ଆସୁଅଛି






ଯେମିତି କି ମହାମୟୀ ଯାତ୍ରା 12 ବର୍ଷ କୁ ଥରେ ଅନୁଷ୍ଠିତ ହୁଏ ଏହି ମହାମୟୀ ଯାତ୍ରା ରେ ବିଭିନ୍ନ ପ୍ରକାର ମେଢ଼ ସବୁ ହେଇଛି, ଆଉ ଆପଣ ମାନେ ତ First Video ରେ ମିନା ବଜାର ଦେଖିଥିବେ, ଯଦି Video ଟି ଦେଖିନାହାନ୍ତି ତ ଯାଇକି ଦେଖନ୍ତୁ, ଏହି ମହାମୟୀ ଯାତ୍ରା ରେ ମାଆ ଆସନ୍ତି ନଗର ପରିକ୍ରମା କରିବା ପାଇଁ ତା ସହିତ ବହୁତ କିଛି ପଟୁଆର ବି ହେଇଥାଏ,କବିସୂର୍ଯ୍ୟନଗର ର ପ୍ରତି ସାହି ରେ ଗୋଟେ ନା ଦିଟା ମେଢ଼ ହେଇଛି ଯେମିତି କି ତିରୁପତି ଙ୍କ ମେଢ଼, ମା କାଳୀ ଙ୍କ ମେଢ଼, ସମୁଦ୍ର ମନ୍ଥନ, ଠାକୁର ଜଗନ୍ନାଥ ଙ୍କ ମେଢ଼, ମାଆ ଦୁର୍ଗା ଙ୍କ ମେଢ଼, କୃଷ୍ଣ ରାଧା ଙ୍କ ମେଢ଼, ଜୟ ବୀର ହନୁମାନ ଙ୍କ ମେଢ଼ ଏମିତି ବହୁତ କିଛି ମେଢ଼ ତିଆରି କରା ହୋଇଛି



ଏହି ଯାତ୍ରା କୁ ବହୁ ଦୂର ଦୁରନ୍ତ ରୁ ଲୋକ ମାନେ ଆସିଥାନ୍ତି ଏବଂ ଯାତ୍ରା ବୁଲିବା ସହ ରାମଦୋଳି, Break dance, tora tora ବସି ବହୁତ Enjoy କରିଥାନ୍ତି ଏବଂ ଛୋଟ ପିଲା ଙ୍କ ପାଇଁ Dragon, Magic Show, ଆହୁରି ବହୁତ କିଛି ଆସିଛି ତା ସହିତ ଖାଇବା ପାଇଁ ଚଉମୀନ, mancuriyan,ଚାର୍ଟ, ଛେନା ପୋଡ, Famous ମଥୁରା କେକ, ଝିଲାପି, ice cream, ଏବଂ ଘରୋଇ ଉପକରଣ ମଧ୍ୟ ବିକ୍ରି ହଉଛି, ଛୋଟ ପିଲାଙ୍କ ପାଇଁ ଖେଳନା ମଧ୍ୟ ମିଳୁଛି ତ ଆପଣ ମାନେ ବି ଆସନ୍ତୁ ଏବଂ ମା ଙ୍କ ଆଶୀର୍ବାଦ ନେବା ସହ ଯାତ୍ରା ବୁଲନ୍ତୁ, ଏବଂ ଆମ ଓଡିଶା ର କଳା ଓ ସଂସ୍କୃତି କୁ ବଜାୟ ରଖିବା ପାଇଁ ମୋର ଗୋଟିଏ ଛୋଟିଆ ପ୍ରୟାସ, ଏଥି ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ଯଦି ଆପଣ ଙ୍କୁ ଏହି Video ଟି ଭଲ ଲାଗେ ତ Video ଟିକୁ Share କରିବା ସହ Channel କୁ Subscribe କରନ୍ତୁ ରହିଲି ଧନ୍ୟବାଦ

Комментарии

Информация по комментариям в разработке