ସମ୍ବଲପୁରୀ ଗାଇକା ରୁକସାନା ବାନୋ ଙ୍କ ମୃତ୍ୟୁ II RUKSANA BANOO II

Описание к видео ସମ୍ବଲପୁରୀ ଗାଇକା ରୁକସାନା ବାନୋ ଙ୍କ ମୃତ୍ୟୁ II RUKSANA BANOO II

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଟିଭି ସେଣ୍ଟର ପଡ଼ାର ରୁକସାନା ବାନୋ। ପରିବାର କହିଲେ ମାଁ ଓ ବଡ଼ ଭଉଣୀ ଙ୍କୁ ନେଇ ତାଙ୍କ ପରିବାର। ଅଭାବ ଅନାଟନ ମଧ୍ୟରେ ଭବାନୀପାଟଣା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିବା ପରେ ପାଠ ପଢାରେ ଡୋରି ବାନ୍ଧି କଳା ଦୁନିଆରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ପାଇଁ ଆଗେଇ ଆସିଥିଲେ ରୁକସାନା। ଦୀର୍ଘ ୪ ବର୍ଷ ଧରି ଫେସବୁକ୍ ରେ ସର୍ଟ ଭିଡିଓ କରି ଚର୍ଚ୍ଚାକୁ ଆସିବା ପରେ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ରୁଚି ରହିଥିଲା। ପରେ ସମ୍ବଲପୁରୀ ଗୀତରେ କଣ୍ଠଦାନ କରିବା ସହ ଅନେକ ସମ୍ବଲପୁରୀ ଆଲବମ ରେ ଅଭିନୟ କରି ଦର୍ଷକ ଙ୍କ ଦ୍ଵାରା ଆଦୃତ ଲାଭ କରିଥିଲେ। ନିଜସ୍ଵ ୟୁଟୁବ କେନାଲ ରେ କଳା, ସମସ୍ୟା ଓ ସଂସ୍କୃତି ପରମ୍ପରା କୁ ନେଇ ମଧ୍ୟ ଅନେକ ଭିଡିଓ କରିବା ସହ ବିଭିନ୍ନ ଆନ୍ଦୋଳନ ରେ ମଧ୍ୟ ସାମିଲ ହୋଇ ହକ ଓ ଅଧିକାର ପାଇଁ ଲଢେଇ କରିଥିଲେ ରୁକସାନା।ଭବାନୀପାଟଣା ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ର ଜଣେ ଆଗଦାଢି ର କର୍ମକର୍ତ୍ତା ଭାବରେ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଅନେକ ବାର ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। ଜିଲ୍ଲା ବାହାରର ଅନେକ କଳାକାର ମାନଙ୍କ ସହ ମିଶି ସଙ୍ଗୀତ ଉପରେ କାମ ମଧ୍ୟ କରିଥିବା ବେଳେ ଗତ ୧୫ ଦିନ ତଳେ ଏକ ଆଲବମ ସୁଟିଂ ପାଇଁ ସେ ବଲାଙ୍ଗୀର ଯାଇଥିଲେ।ସେଠାରୁ
ଫେରିବା ପରେ ହଟାତ ତାଙ୍କ ଦେହ ଅସୁସ୍ତ୍ ହେବା ପରେ ପରିବାର ଲୋକେ ପ୍ରଥମେ ଭବାନୀପାଟଣା ମେଡିକାଲ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରିବା ପରେ ସେଠାରୁ ବରଗଡ଼ ର ଏକ ଘୋରଇ ହସ୍ପିଟାଲ ର ଭର୍ତ୍ତି କରିଥିଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ହଟାତ ଆହୁରି ଅସୁସ୍ଥ ହେବାରୁ ପରିବାର ଲୋକେ ଗତ ବିଳମ୍ବିତ
ରେ ଭୁବନେଶ୍ୱର ଏମସ ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ ଭୋର ୫ ଟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର
ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ କୁ ନେଇ ସସପେନସ୍ ଲାଗି ରହିଛି। ସେପଟେ ରୁକ୍ସାନା ଙ୍କ ମୃତ୍ୟୁ କୁ ନେଇ ତାଙ୍କ ମାଁ ସାମାଜିକ ଗଣମାଧ୍ୟମ ରେ ଅଭିଯୋଗ ଆଣିଛନ୍ତି ଜେ ସମ୍ବଲପୁରୀ ଗାୟକ ରୁକୁ ସୁନା ତାଙ୍କ ଝିଅ ରୁକ୍ସାନା ବାନୋ ଙ୍କୁ ମାନସିକ ନିର୍ଯାତନା ଦେବା ସହ ବଲାଙ୍ଗୀର ସୁଟିଂ ସମୟରେ ଖାଦ୍ୟା ରେ ସ୍ଲୋ ପଏଜନ ମିଶାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ।
#ruksanabano

Комментарии

Информация по комментариям в разработке