ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ

Описание к видео ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ

ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ // ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ନେଇ ବିଭିର୍ଣ୍ଣ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ନେଇ ପଥ ଉତ୍ସବ ଏବଂ ବିଭିର୍ଣ୍ଣ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା। ତେବେ ଏହି ଉତ୍ସବ ରେ ନୃତ୍ୟ ପରିବେଶଣ କରିବାକୁ ଯାଇ ପଦ୍ମପୁର ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶିତ ନୃତ୍ୟ ରେ ବିଜେପି ବିଧାୟକ ତଥା ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କର ନିର୍ବାଚନୀ ପ୍ରଚାର ଗୀତ ର ବ୍ୟବହାର କରାଯାଇଥିବା ବେଳେ ଅଧା ରୁ ନୃତ୍ୟ କୁ ଦଳୀୟ ଗୀତ ବ୍ୟବହାର ଯୋଗୁଁ ବନ୍ଦ କରାଗଲା। ତେବେ କିନ୍ତୁ ପ୍ରଶାସନ ଆୟୋଜକ ଭାବରେ ଦାୟିତ୍ୱ ନେଇ ସୁଦ୍ଧା ଏପରି ଭୁଲ କେମିତି ହେଲା ଏବଂ ଉତ୍ସବରେ ହେବା କୁ ଥିବା ନୃତ୍ୟ ରେ ବ୍ୟବହୃତ ଗୀତ ପୂର୍ବରୁ କେମିତି ଆୟୋଜକ ଏବଂ ଦାୟିତ୍ୱ ରେ ଥିବା ଅଧିକାରୀ ଜାଣି ନଥିଲେ ଅବା ଜାଣି ଶୁଣି ମଧ୍ୟ ଏହା ହେବାକୁ ଦିଆଗଲା ତାକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଭୋଟର ସଚେତନତା ପାଇଁ ଆୟୋଜିତ ଏହି ଉତ୍ସବରେ କେବଳ ସ୍କୁଲ ପିଲା ଙ୍କ ଭିଡ଼ ଥିବା ବେଳେ ଭୋଟର କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ପ୍ରକୃତରେ ଏହି ପଥ ଉତ୍ସବ କେଉଁ ଉଦେଶ୍ୟରେ ଏବଂ କାହା ପାଇଁ ତାହା ଏକ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ପ୍ରଶାସନ ର ଆୟୋଜନ ଏବଂ କାର୍ଯ୍ୟଶୈଳୀ ବର୍ତ୍ତମାନ ପ୍ରଶ୍ନ ଘେରରେ।

Комментарии

Информация по комментариям в разработке