ଚାଷୀପୁଅ | Farmer's Day Odia Poem | Kabi Kahe Kabita

Описание к видео ଚାଷୀପୁଅ | Farmer's Day Odia Poem | Kabi Kahe Kabita

Delve into the captivating world of the agrarian spirit through this evocative poem that celebrates the unsung heroes of our land - the farmers.

This poignant and heartfelt ode captures the essence of their struggles, resilience, and unwavering dedication to nurturing the earth and feeding the world.

Join me in honoring these custodians of the soil, whose tireless efforts form the backbone of our existence. Experience the lyrical journey that pays homage to the timeless devotion and sacrifices of those who sow the seeds of life.

Discover the profound emotions and profound truths woven into the fabric of their daily lives, unraveling the narrative of their trials, joys, and aspirations.

Watch, reflect, and immerse yourself in the profound tale of 'ଚାଷୀପୁଅ' a testament to the steadfast spirit and unyielding determination of those who plow, sow, and reap the harvest of our sustenance.

ଚାଷୀପୁଅ

ମଣିଷ ପରିକା ମଣିଷ ଟିଏ ସେ
ମନ ଖୋଲି ପାରେ ହସି
କୋଟି ଜୀବନକୁ ଆହାର ଯୋଗାଇ
ଶ୍ରଦ୍ଧାରେ କହନ୍ତି ଚାଷୀ ୧

ଖରା ବର୍ଷା ଶୀତ କୁହୁଡି କାକର
ପିଠିରେ ତାହାର ଭେଦେ
ତିଳେହେଁ ତାହାର ଖାତର ନଥାଏ
ଚାଷ ଜମି ଟାରେ ଖେଦେ ୨

ଲୁଗା ଖଣ୍ଡେ ଥାଇ ଗାମୁଛା ପକାଇ
ପଖାଳ ତୋରାଣି ପିଇ
ସକାଳୁ ସକାଳୁ ବାହାରେ ବିଲକୁ
ଫସଲ ରହିଛ ଚାହିଁ ୩

ନାହିଁ ହରତାଳ ଦାବି କିଛି ତାର
ହେଉ ବା ଭାରତ ବନ୍ଦ
ନଥାଏ ବିରତି କାମରୁତ ମୁକ୍ତି
ଚିନ୍ତେ ନାହିଁ କIର ମନ୍ଦ ୪

ହଳ ଲଙ୍ଗଳରେ ଭୂମି ବୁକୁ ଚିରେ
ବିହନ ପକେଇ ଚାଲେ
ହୋଇଗଲେ ଗଜା ମନୁ ଯାଏ ଶଙ୍କା
ସବୁଜ ଲହରୀ ଖେଳେ -୫ -

ଛୋଟ ପିଲାପରି କୋଳେଇ କାଖେଇ
ଫସଲର ଯତ୍ନ ନିଏ
ସବୁଜିମା ଯେବେ ସୁନେଲି କେଣ୍ଡାରେ
ଲକ୍ଷ୍ମୀ ମାଆ ପ୍ରାପ୍ତ ହୁଏ -୬ -

ଆସିଗଲେ ଶସ୍ୟ ମୁହଁରେ ତା ହସ
ଭୂମିରେ ମୁଣ୍ଡିଆ ମାରେ
କରିସେ ଅମଳ ଭରେ ସେ ଅମାର
ଦେଶର ଉନ୍ନତି କରେ -୭ -

ହେଲେ ବନ୍ୟା ବାତ୍ୟା ସାହା ତା ବିଧାତା
ଆଶଙ୍କା ଭିତରେ ରହେ
ଉଜୁଡ଼ିଲେ ଚାଷ ହୁଏସେ ହତାଶ
ଆର ବରଷକୁ ଚାହେଁ-୮ -

ହେଉନି ବରଷା ତୁଟୁଛି ଭରସା
ଜଳ ସେଚନ କିଞ୍ଚିତ
ବିଷାକ୍ତ ଧରିତ୍ରୀ ଵିଚତ୍ର ତା ଗତି
କୃଷକ ଆଜି ଚିନ୍ତିତ -୯ -

ଆଧୁନିକ ଚାଷ ଋଣ ଭାରେ ଗ୍ରାସ
ପରିଶୋଧ କଷ୍ଟକର
ଅକାଳରେ କେତେ ଝଡ଼ୁଛି ଜୀବନ
ଚାଷୀ କୂଳ ରକ୍ଷାକର-୧୦ -

ଛୋଟ ଛୋଟ ହାତେ କାଦୁଅ ମାଟିରେ
ସୁନାର ଫସଲ ଦେଇ
ଦେଶର ବିକାଶ ରୁହେ ମୁଖ୍ୟ ଅଂଶ
ଜମା ସେ ବଦଳି ନାହିଁ -୧୧ -

ଜୟ ସେ କିସାନ ଜୀବନତା ଧନ୍ୟ
ଧନ୍ୟ ତାର ତ୍ୟାଗ କର୍ମ
ନିଜ ସ୍ୱାର୍ଥ ଛାଡି ଦେଶ ଦିଏ ଗଢି
ଭୁଲି ନାହିଁ ତାର ଧର୍ମ -୧୨ -

ହୀନ ରାଜନୀତି ଚାଷୀକୁ ସମ୍ପୃକ୍ତି
ମିଛ କାନ୍ଦ ଚାଷୀ ପାଇଁ
ନିରୀହ କୃଷକ ବୁଝେନି କୁହୁକ
ମୁରୁଗା ବନୁଛି ଭାଇ -୧୩

ଚାଷୀ ପୁଅ ଆଜି ମନେ ହୁଏ ହେଜି
ଚାଷୀକୁ ନାହିଁ ଆଦର
ମହଙ୍ଗା ବଜ଼ାର ଚାଷ କଷ୍ଟକର
ସ୍ଥାଣୁ ଲାଗେ ସରକାର -୧୪

ହେ ଭାରତବାସୀ ବଞ୍ଚୁ ଆମ ଚାଷୀ
କରିବା ଏହି ଶପଥ
ଚାଷ ଟି ଜୀବନ ଚାଷୀକୁ ସମ୍ମାନ
ଗଡିବ ବିକାଶ ରଥ ୧୫

କବି-ମନୋରଞ୍ଜନ ଷଡ଼ଙ୍ଗୀ

If you connect with the beauty of Odia literature and culture, join us in this journey. Like, share, and subscribe for more heart-touching content.

Thanks for being a part of this cultural exploration! 🙌

Follow me on facebook: https://www.facebook.com/profile.php?...

Комментарии

Информация по комментариям в разработке