Prabhu Sri panchanana mahima gahani - Panchanana Gahani Surada - Pitambar Gouda - Panchanana Temple

Описание к видео Prabhu Sri panchanana mahima gahani - Panchanana Gahani Surada - Pitambar Gouda - Panchanana Temple

Prabhu Sri panchanana mahima gahani - Panchanana Gahani Surada - Pitambar Gouda - Panchanana Temple

#Prabhusripanchananamahima
#Panchananagahani
#Pitambargouda

Singer - Pitambar Gouda

Music - Traditional

Lyrics - Uma Sankar Dash

Special thanks - Rajanikanta mahapatra (Babuli Bhai)

Mix Mastering - Subu Da

ପ୍ରଭୁ ଶ୍ରୀ ପଞ୍ଚାନନ ଙ୍କ ଗାହଣୀ


ନମୋ ନମୋ ଗଣନାଥ ଗୌରୀ ନନ୍ଦନ
ଅଗ୍ରପୂଜ୍ୟ ଜ୍ଞାନଦାତା ବିଘ୍ନ ନାସନ
ଜୟ ଦିବାକର ଏ ସୃଷ୍ଟି ର ଆଧାର
ପ୍ରିୟ ଭାନୁ ତ୍ରିମୂର୍ତିଙ୍କ ପଦେ ଯୁହାର
ଜୟ ଜୟ ମହାଦେବ ଭୋଳା ଶଙ୍କର
ଶଢାନନ ତାତ ମାତା ପାର୍ବତୀ ବର
ଜୟ ଜୟ ପଞ୍ଚାନନ ଦୁଃଖ ନାସନ
ଶ୍ରୀ ପୟରେ କରେ କୋଟି କୋଟି ପ୍ରଣାମ
ଖିର ସାଗର ବିହାରୀ ମୁରାରୀ ହରି
ନାମ ଜପି ପାପୀ ତପି ଯାଆନ୍ତି ତରି
ଜୟ ଯୋଗମାୟା ସର୍ବ ସତ୍ୱ ଆଧାର
ତୋର କୃପା ବିନା ଏ ସଂସାର ଅଶାର
ପଞ୍ଚ ଦେବଦେବୀ ପଦେ କରେ ଜୁହାର
ଜଗତର ନାଥ ବାରେ ସୁଦୟା କର
ଜନ୍ମ ମାଟି ମାଆ ମୋର ସୋରଡ଼ା ଭୁଇଁ
ତାର ମହିମା ମହିରେ ତୁଳନା ନାହିଁ ||୧||

Music ...................................

ପ୍ରକୃତି ରାଣୀର ଶୋଭା ଶିରି ଭଣ୍ଡାର
ସରଗ ରାଇଜ ଶୋଭା ହେବ ଅସାର
ପତିତ ପାବନୀ ଋଷିକୁଲ୍ୟା ତିରରେ
ମନ୍ଦିର ମାଳିନୀ ବୋଲି ଶ୍ରେଷ୍ଠ ସଂସାରେ
ଘନ ଜଙ୍ଗଲ ପାହାଡ଼ ଘେରି ରହିଛି
ବିହଙ୍ଗମ କାକଳି ମନ କୁ ମହୁଛି
ଆଧ୍ୟାତ୍ମିକ ସତ୍ୱତତ୍ଵ ଏଠାରେ ଅଛି
ଅବିରତେ ଭକତିର ଧାରା ଝରୁଛି
ଅତୀତ ଗୌରବ ଗାଥା ବହେ ଉଢାଣୀ
ଭାବ ଭୋଳେ କବି କହେ ଏ ରୂପ ରାଣୀ
ଯିବ ଥିବା ଯାଏଁ କେବେ ଭୁଲି ହେବନି
ସରଗଠୁ ବଳି ଏ ପବିତ୍ର ଧରଣୀ
ସମୟ ସୁଅରେ ମାସ ବର୍ଷ ବିତଇ
ଅଭୁଲା ଅତୀତ ସ୍ମୃତି ଯାଇଛି ରହି
ଠିକେ ଠିକେ କହୁଛି ଅତୀତ କାହାଣୀ
ହଜିଲା ଦିନର ଅଭୁଲା ବିବରଣୀ

Music ...................................

ନଳବଂଶୀ ରାଜାଙ୍କର ରାଇଜ ଏହି
ରାଜାପଣେ ଶ୍ରେଷ୍ଠ ତାଙ୍କ ତୁଳନା ନାହିଁ
ଭୀମ ସିଂହ ଦେବ ନଳବଂଶ ନୃପତି
ନବମ ସତକରେ ହେଲେ କ୍ଷୀତିପତି
ଶେରଗଡ଼ ନିକଟ ବିଭିନ୍ନ ଗଡରେ
ରାଜଧାନୀ ଗଢି ରାଜାଧିରାଜ ହେଲେ
ସେହି ସ୍ଥାନ ଏବେ ଭୀମପୁର ହୋଇଛି
କର୍ପୁର ଯାଇଛି କନା ପଡି ରହିଛି
ଶିବଙ୍କର ଭକ୍ତ ଭାବେ ଉଡାଇ ବାନା
ଅନେକ କୀର୍ତ୍ତୀ ଅର୍ଜିଲେ ନାହିଁ ତୁଳନା
ରୁଷିକୁଲ୍ୟା ଜରଉର ସଙ୍ଗମ ସ୍ଥଳେ
ବୃଦ୍ଧଲିଙ୍ଗେସ୍ୱର ଙ୍କ ମନ୍ଦିର ତୋଳିଲେ
ଭୀମସେନ ଦେବ ଙ୍କ ସୁଯୋଗ୍ୟ ସନ୍ତାନ
ନରେନ୍ଦ୍ର ଧବଳ କରିଲେ ରାଜପଣ
ନଅସହ ପଞ୍ଚତିରିସି ଖ୍ରୀଷ୍ଟlବ୍ଦରେ
ନରେନ୍ଦ୍ର ଧବଳ ରାଜପଣ କରିଲେ

Music ...................................

ମହାପ୍ରତାପୀ ସେ ରାଜା ଶିବଙ୍କ ଭକ୍ତ
ଶିବ ପୁଜି ଅରଜିଲେ କୀର୍ତ୍ତି ବହୁତ
ନରେନ୍ଦ୍ର ଧବଳ ନରପତି କାଳରେ
ଏ ଅଞ୍ଚଳ ଥିଲା ତାହାଙ୍କ ଅଧୀନରେ
ପ୍ରଜାବଛଳ ପ୍ରତାପୀ ନରେନ୍ଦ୍ର ସେହି
ନଳବଂଶୀ ରାଜା ଭାବେ କୀର୍ତ୍ତି ବଢ଼ାଇ
ସୁଶାସନ ସମୃଦ୍ଧିର ସୁବର୍ଣ୍ଣ ଯୁଗ
ହଜିଗଲା ସେ ଅତୀତ ଆଉ କେ ଦେବ
ପ୍ରଭୁ ପଞ୍ଚାନନ ଙ୍କର କୃପା ଫଳରେ
ଏ ଅଞ୍ଚଳ ଧନ୍ୟ ହୋଇଛି ମହିତଳେ
ମନ ଦେଇ ଶୁଣ ମୋର ଭାଇ ଭଉଣୀ
ପ୍ରଭୁ ପଞ୍ଚାନନ ଙ୍କ ଉଦ୍ଧାର କାହାଣୀ
ନରେନ୍ଦ୍ର ଧବଳଙ୍କ ରାଜ ଦରବାରେ
ଅବଧୂତ ସନ୍ୟାସୀ ପ୍ରବେଶ ହୋଇଲେ
ଅଭ୍ୟର୍ଥନା କରି ରାଜା ପାଶେ ବସାଇ
କାରଣ ପୁଛିଲେ ରାଜା ଇଛୁକ ହୋଇ

Music ...................................

ଅବଧୂତ ସନ୍ୟାସୀ କହିଲେ ବୁଝାଇ
ତୁମ୍ଭର ଭାଗ୍ୟରେ ଯଶ କୀର୍ତ୍ତୀ ଅଛଇ
ତ୍ରେତୟା ଯୁଗେ ରାକ୍ଷସ ନିଧନ ପାଇଁ
ରାମ ଅବତାର ହେଲେ ଜଗତ ସାଇଁ
ସୀତା ଲକ୍ଷ୍ଣଣ ସଙ୍ଗତେ ବନେ ବୁଲିଲେ
ଅସୁର ବିନାସୀ ମୁନି ରୁଷି ପୁଜିଲେ
ଦଣ୍ଡକ ବନରେ ଯେତେ ରାକ୍ଷସ ଗଣ
ରୁଷି ମୁନିଙ୍କୁ ସେ କରୁଥିଲେ ଭକ୍ଷଣ
ରାକ୍ଷସ ମାରି ଭୁଭାର ହରଣ ପାଇଁ
ବୈକୁଣ୍ଠ ବିହାରୀ ରାମାଵତାର ହୋଇ
ଦଣ୍ଡକାରଣ୍ୟର ଏହି ପାଦ ଦେଶରେ
ଶ୍ରୀରାମ ସୀତା ଲକ୍ଷ୍ଣଣ ପ୍ରବେଶ ହେଲେ
ରାମଚନ୍ଦ୍ର ଙ୍କ ଆରାଧ୍ୟ ଶିବ ଅଟନ୍ତି
ଶିବ ସଦା ଶ୍ରୀରାମ ଙ୍କ ପଦ ଚିନ୍ତନ୍ତି
ଅଭେଦ୍ୟ କବଚ ଦୁହେଁ ଦୁହିଁଙ୍କ ପାଇଁ
ଏ ତତ୍ୱକେ ବୁଝିବ ନରଦେହ ବହି

ରୁଷିକୁଲ୍ୟା ଯହିଁ ଉତ୍ତରା ଭିମୁଖି ହୁଏ
ସେହି କ୍ଷେତ୍ର ଏକ ତୀର୍ଥ କ୍ଷେତ୍ର ବୋଲାଏ
ପବିତ୍ର ସେ ତପୋ ଭୂମି ଧନ୍ୟ ହୋଇଲା
ପ୍ରଭୁ ସୀତା ମାତା ଙ୍କର ମନ ମୋହିଲା
ଲକ୍ଷ୍ଣଣଙ୍କୁ ଡାକି ରାମଚନ୍ଦ୍ର କହିଲେ
ତ୍ରିପୁରାରୀ ପୁଜି ବନେ ଯିବା ବୋଇଲେ
କ୍ଷେତ୍ର ର ମହିମା ଜାଣି କ୍ଷେତ୍ରଜ୍ଞ ରାମ
ଉତ୍ତମ ସ୍ଥାନରେ କଲେ ଉତ୍ତମ କର୍ମ
ଋଷିକୁଲ୍ୟା ରୁ ଆଣି ବାଲୁକା ପିଣ୍ଡ
ଏକପୀଠରେ ଗଢିଲେ ପାଞ୍ଚଟି ଲିଙ୍ଗ
ଓଁକାର ତତ୍ୱରେ ପୀଠ ପ୍ରତିଷ୍ଠା କଲେ
ହର ଗୌରୀ ଙ୍କ ଧ୍ୟାୟି ପ୍ରଣାମ କଲେ
ଶିବ ପାର୍ବତୀ ହର ସେ ଉଭା ହୋଇଲେ
ପୂଜାର୍ଚ୍ଚନା ରେ ସନ୍ତୋଷ ହେଲୁ ବୋଇଲେ
ମହାଦେବ କହୁଛନ୍ତି ରାମଙ୍କୁ ଚାହିଁ
ଏକ ପିଠେ ପଞ୍ଚଲିଙ୍ଗ ପୁଜିଲ ଥୋଇ

Music ...................................

ପଞ୍ଚଲିଙ୍ଗ ନୁହେଁ ଏମୋ ପଞ୍ଚ ଆନନ
ମୋର ବିଶ୍ୱରୂପ ଭାବେ ଅଛି ଵର୍ଣ୍ଣନ
ହରସ ଭରେ ଶ୍ରୀରାମ ଯୋଡ଼ ହସ୍ଥରେ
ଦେଖିବାକୁ ବିଶ୍ଵରୂପ ପ୍ରାଥନା କଲେ
ବିଶ୍ଵ ରୂପ ଦେଖାଇଲେ ସନ୍ତୋଷ ଭରେ
ମାତା ପାର୍ବତୀ ହରସେ ଥିଲେ ସେଠାରେ
ବିରଳ ଦୃଶ୍ୟ ଦେଖିଲେ ପ୍ରଭୁ ଶ୍ରୀ ରାମ
ପଦ ପଙ୍କଜରେ କଲେ କୋଟି ପ୍ରଣାମ
ଶ୍ରୀରାମ କହିଲେ ପ୍ରଭୁ ପଞ୍ଚାନନ ଙ୍କୁ
ଏହି ପୀଠ ଶ୍ରେଷ୍ଠ ହେବ ଯୁଗ ଯୁଗ କୁ
ମାତା ପାର୍ବତୀ ସହିତ ପୀଠରେ ରହି
ଭକ୍ତ ଆରତ ବିପଦୁ କରିବ ତ୍ରାହି
ତଥାସ୍ତୁ କହିଲେ ସଦାଶିବ ପାର୍ବତୀ
ପବିତ୍ର ହୋଇଲା ସେ ଦିନରୁ ଏ କ୍ଷୀତି
ପଞ୍ଚାନନ କହିଲେ ଶ୍ରୀରାମ ଚନ୍ଦ୍ରଙ୍କୁ
ଏ କ୍ଷେତ୍ର ମହିମା ଥିବ କାଳ କାଳ କୁ

Music ...................................

ବୈକୁଣ୍ଠ ବିହାରୀ ହରି ଲକ୍ଷ୍ମୀ ସହିତେ
ଜନମିଲ ରାମ ସୀତା ରୂପେ ମରତେ
ଶିବଉମା ସୀତାରାମ ଏକ ସ୍ଥାନରେ
ଉଭା ହୋଇଥିବା ଭାବ ନାହିଁ ସଂସାରେ
ଏ ଦୁଲବ ମିଳନ ହୋଇଛି ଏଠାରେ
ଭକ୍ତ ମନ ବାଞ୍ଚା ପୂର୍ଣ୍ଣ ହେବ ସତ୍ୱରେ
ଏ ଅଞ୍ଚଳ ଦିନେ ମୋର କୃପା ବଳରେ
ଶ୍ରେଷ୍ଠ ଶୈବପୀଠ ଗଣା ହେବ ସଂସାରେ
ଏ ବୃତ୍ତାନ୍ତ ଘଟିଥିଲା ତ୍ରେତୟା ଯୁଗରେ
କାଳ ଗର୍ଭରେ ଅତୀତ ବିଶ୍ରାମ କରେ
ଦିନ ମାସ ବର୍ଷ ହୋଇ ଯୁଗ ବିତିଲା
ଭୁଗର୍ଭରେ ସେହି ପୀଠ ପୋତି ହୋଇଲା
ଅବଧୂତ ସନ୍ୟାସୀ କହିଲେ ରାଜାଙ୍କୁ
ଜଗତ ହିତେ ଉଦ୍ଧାର କର ପୀଠ କୁ
ପାରିସଦ ବୃନ୍ଦ ଅତି ଆନନ୍ଦ ହେଲେ
ଚଉଦିଗେ ଆନନ୍ଦର ଲହରୀ ଖେଳେ

Music ...................................

ଅବଧୂତ ସନ୍ୟାସୀ ସଙ୍ଗରେ ଆସିଲେ
ଏ ସ୍ଥାନରେ ଖୋଳିବାକୁ ନିର୍ଦେଶ ଦେଲେ
ମାଟି ତଳୁ ପଞ୍ଚାନନ ପ୍ରକଟ ହେଲେ
ହରି ବୋଲ ସଙ୍ଗେ ଭକ୍ତ ତାଳି ମାରିଲେ
ନଅସହ ପଞ୍ଚତିରିଶ ରାଜତ୍ୱ କାଳ
ନଅସହ ବା ସଠି ମଧ୍ୟେ ହେଲା ସଫଳ
ଦିନ ବାର ତିଥି କାହିଁ ଜଣା ନ ଗଲା
ପୀଠର ମହିମା ବେଳୁ ବେଳ ବଢ଼ିଲା
ଅବଧୂତ ସନ୍ୟାସୀ ଏ ପିଠେ ରହିଲେ
ଦେହାନ୍ତ ପରେ ଭକତେ ସମାଧି କଲେ
ଦୋଷ ନ ଧରିବ ସାଧୁ ସୁବିଜ୍ଞ ଜନେ
ଅତୀତ ର ଗାଥା ସୁଣlଉଛି ମୁଁ କାନେ
ଉମା ଉମାପତି ଚିନ୍ତି ଲେଖିଲି ଗୀତ
ପଞ୍ଚାନନ ଙ୍କ ପୟରେ ନମେ ସତତ
ପିତାମ୍ବର ଙ୍କ ଆରାଧ୍ୟ ପଞ୍ଚାନନ ଙ୍କୁ
ମହିମା ବିସ୍ତାରି ଗାଉଥିବି ଗୀତକୁ

Contact -:

+91-7735882046(WhatsApp & Call)

+E-mail: [email protected]

Thank you for visiting our YouTube channel. Please Like, Comment and Share our videos and SUBSCRIBE

Комментарии

Информация по комментариям в разработке