କୁନୋରେ ଆଉ ଏକ ଚିତାର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲା ତେଜସ

Описание к видео କୁନୋରେ ଆଉ ଏକ ଚିତାର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲା ତେଜସ

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ପ୍ରାଣ ହରାଇଛି। କୁନୋରେ ଚିତା ତେଜସର ମୃତ୍ୟୁ ହୋଇଛି। ନିରୀକ୍ଷଣକାରୀ ଦଳକୁ ତେଜସ ଆହତ ଅବସ୍ଥାରେ ମିଳିଥିଲା ଯାହାପରେ ତା’ର ଚିକିତ୍ସା କରାଯାଉଥିଲା। କିନ୍ତୁ ଏହା ସତ୍ତ୍ବେ ବି ତେଜସର ଜୀବନ ବଞ୍ଚାଯାଇପାରିନାହିଁ। ତେଜସ ବହୁତ ସମୟ ଧରି ଅଚେତ ଅବସ୍ଥାରେ ରହିଥିଲା। ତେବେ ତେଜସର ମୃତ୍ୟୁ ପରେ ଏବେ କୁନୋ ଜାତୀୟ ଉଦ୍ୟାନରେ ୪ ଚିତା ଏବଂ ୩ ଶାବକଙ୍କ ସହ ସମୁଦାୟ ୭ ଚିତାଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ମେ ୨୫ରେ କୁନୋ ନାସନାଲ ପାର୍କରେ ଆଉ ଦୁଇ ଶାବକଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ତିନି ଚିତା ଏବଂ ପରେ ତିନି ଶାବକଙ୍କ ମୃତ୍ୟୁ ଭିନ୍ନ ଭିନ୍ନ କାରଣ ଯୋଗୁଁ ହୋଇଥିଲା। ଆଉ ଏବେ ଚିତା ତେଜସର ମୃତ୍ୟୁ ହୋଇଛି। ସୂଚନାଥାଉକି, ନାମିବ୍ୟାରୁ ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ପ୍ରଥମେ ମାର୍ଚ୍ଚରେ ମାଈ ଚିତା ସାସାର ମୃତ୍ୟୁ ହୋଇଥିଲା। ଏହାପରେ ଏପ୍ରିଲରେ ଉଦୟ ନାମକ ଚିତା ଆଉ ଏହା ପରେ ପୁଣି ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା। ପୁଣି ତିନି ଚିତା ଶାବକଙ୍କ ମୃତ୍ୟୁ ହୋଇଥିଲା। ତେବେ ଲଗାତାର କୁନୋରେ ହେଉଥିବା ଚିତାଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ଚିତା ପ୍ରୋଜେକ୍ଟ ଉପରେ ପ୍ରଶ୍ନ ଉଠିଛି। ତିନି ଚିତା ଆଉ ତିନି ଶାବକଙ୍କ ମୃତ୍ୟୁ ପରେ କୁନୋରେ ଏବେ ଚିତା ସଂଖ୍ୟା ୨୪ରୁ ୧୭ ହୋଇଛି। ଯେଉଁଥିରେ ୧୬ ମାଈ-ଅଣ୍ଡିରା ଚିତା ଏବଂ ୧ ଶାବକ ରହିଛନ୍ତି।
--------------------------------------------------------------------------------

#DinalipiLive is the official YouTube channel of Odia daily newspaper #Dinalipi which was first published in 1981. Being a #fair & #unbiased newspaper, Dinalipi's new digital wing #DinalipiLive will provide much-needed fact-based information to news consumers of Odisha. #OdishaNews #CurrentAffairs

Комментарии

Информация по комментариям в разработке