Chaitra Purnima Ra Mahatmya ଚୈତ୍ର ପୂର୍ଣ୍ଣିମାର ମାହାତ୍ମ୍ୟ | Pandit Bhajram | Sidharth Bhakti

Описание к видео Chaitra Purnima Ra Mahatmya ଚୈତ୍ର ପୂର୍ଣ୍ଣିମାର ମାହାତ୍ମ୍ୟ | Pandit Bhajram | Sidharth Bhakti

କିମ୍ବଦନ୍ତୀ ଅନୁସାରେ ଚଇତି ମେହେନ୍ତରାଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ I ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ମଙ୍ଗଳାଙ୍କୁ ପୂଜା କରେ । ଦିନେ ରାଜନବର ଓଳାଇବାକୁ ଯାଇଥିଲା । ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ମେହେନ୍ତରାଣୀ ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ I ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲା । ଫଳରେ ରାଜା ଭୀଷଣ ରାଗିଗଲେ ଆଉ ଚଇତି ମେହେନ୍ତରାଣୀକୁ ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ । ପୁତ୍ରମାନଙ୍କୁ ହରାଇ ଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡ଼ି ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକଲା । ଦୁବ ପ୍ରସାଦ ନେଇ ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା । ମା’ଙ୍କ କୃପାରୁ ସବୁପୁଅ ବଞ୍ଚିଉଠିଲେ, କିଏ ଘୁମୁରା ବଜାଇଲା ତ ଆଉକିଏ ଢୋଲ ବଜାଇଲା । ରାଜାଙ୍କୁ ଚଇତି ମେହେନ୍ତରାଣୀ ଅନେକଥର ଆଣ୍ଠୁକୁଡ଼ା କହିଛି । ରାଜା କ୍ରୋଧିତ ହୋଇ ତାର ପୁଅମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ପ୍ରତିଥର ଚଇତି ମେହେନ୍ତରାଣୀ ଦୁବ ପ୍ରସାଦ ଛିଞ୍ଚି ସେମାନଙ୍କୁ ବଞ୍ଚାଇଛି । ଶେଷରେ ରାଜା ଚଇତି ମେହେନ୍ତରାଣୀ ଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି । ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି |

------------------------------------------------------------
Watch & Subscribe to our other YouTube Channels:
👉 Sidharth Bhakti :    / sidharthbhakti  
👉 Sidharth Music:    / sidharthmusic   
👉 Sidharth TV :    / sidharthtv   
👉 Namita Agrawal :    / namitaagrawal   
--------------------------------------------------------------
Enjoy & stay connected with us!
👉 Like us on Facebook :   / sidharthbhaktiodia  
---------------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal #odiabhajan #odiasong #jayjagannathtv

Комментарии

Информация по комментариям в разработке