ଆସ ସଙ୍ଗାତ ଅସଗୋ ମିତ ଗାଇବା ଆମରି ଗୀତ/Dr. Kumar Prasant

Описание к видео ଆସ ସଙ୍ଗାତ ଅସଗୋ ମିତ ଗାଇବା ଆମରି ଗୀତ/Dr. Kumar Prasant

ଆସ ସଙ୍ଗାତ ଅସଗୋ ମିତ ଗାଇବା ଆମରି ଗୀତ
ରଚନା ଓ ସ୍ୱର ସଂଯୋଜନା: କୁମାର ପ୍ରଶାନ୍ତ
କଣ୍ଠ ଦାନ: ରୋଜା, ଅର୍ଚନା, ସୁବ୍ରତ


ଆସ ସଙ୍ଗାତ ଅସଗୋ ମିତ
ଗାଇବା ଆମରି ଗୀତ
ଆମ ମୁକତି ଗାଥା ଶୁଣାଇ
ଲେଖିବା ଆମରି ଗୀତ ଲୋ
୧.ଏହି ସମାଜ ନାରୀ ମାନଙ୍କୁ ଛୋଟ ବୋଲି ଭାବୁଥିଲା ଲୋ
ହୀନ କରି ଦେଖୁ ଥିଲା
ଖୋର କରଣା ଭିତରେ ବୁଡି ଶିକ୍ଷାରୁ ବଞ୍ଚିତ ଥିଲା ଲୋ
ଦୁର୍ଯୋଗରେ ପଡିଥିଲା
ସୁଯୋଗ ଯେବେ ପାଇଛି ସିଏ ନିଜକୁ ପ୍ରମାଣ କଲା ଲୋ
ପୁଅ ସମକକ୍ଷ ହେଲା
ଯେଉଁଠି ହାତ ଦେଇଛି ସିଏ ଦକ୍ଷତା ଦେଖାଇ ଦେଲା ଲୋ
ସବୁଠାରେ ଶ୍ରେଷ୍ଠ ହେଲା
୨.ଆଜି ଦିନରେ ଦୁର୍ବଳ ହୋଇ ଘରେ ଲୁଚିବା ନାହିଁ ଲୋ
ସେହି ବେଳ ଆଉ ନାହିଁ
ନିଜ ପ୍ରତିଭା ନିଜ ବଳକୁ ବେକାର କରିବା ନାହିଁ ଲୋ
ମରିବାକୁ ଦେବା ନାହିଁ
ନିଜ ବିକାଶ କରିବା ପାଇଁ ସୁଯୋଗ ହାତକୁ ନିଅ ଲୋ
ପଛଘୁଞ୍ଚା ଦିଅ ନାହିଁ
ସବୁ କାର୍ଯ୍ୟରେ ସବୁ କ୍ଷେତ୍ରରେ ସମାନ ଭାଗ ପାଇବା ଲୋ
ଛୋଟ ମନା ହେବ ନାହିଁ


"ଆସ ସଙ୍ଗାତ ଅସଗୋ ମିତ, ଗାଇବା ଆମରି ଗୀତ" ଏକ ଅନୁପମ ସଂଗୀତିକ ରଚନା, ଯାହା ନାରୀ ଶକ୍ତିକୁ, ସମାନତାକୁ ଏବଂ ସଂଘ ଶକ୍ତିକୁ ସାମ୍ମୁଖିକ କରେ। କୁମାର ପ୍ରଶାନ୍ତଙ୍କ ରଚନା ଏବଂ ସ୍ୱର ସଂଯୋଜନାରେ ଏହି ଗୀତ, ରୋଜା, ଅର୍ଚନା ଓ ସୁବ୍ରତଙ୍କ ମଧୁର କଣ୍ଠ ସହ ଜୀବନ୍ତ ହୋଇଯାଇଛି।
ଏହାର ଶବ୍ଦମାଳା ଆମକୁ ନାରୀମାନଙ୍କ ସଂଘର୍ଷ ଏବଂ ସଫଳତାର କଥା କହିଥାଏ, ଆମକୁ ପ୍ରେରିତ କରେ ସମାଜରେ ସଫଳତା ଆଣିବାରେ ନିଜ ଭୂମିକା ନିବାହ କରିବା ପାଇଁ। ଏହା କେବଳ ଗୀତ ନୁହେଁ, ଏକ ଆହ୍ୱାନ!
ଆପଣଙ୍କ ମତାମତ ଓ ଭଲପାଇବା ଆମକୁ ଜଣାଇବା ନିଶ୍ଚିତ କରନ୍ତୁ।

#OdiaSong #EmpowermentSong #WomenEmpowerment #Equality #InspirationSong #KumarPrashant #OdiaMusic #SocialChange #MuktiRaGeeta #OdishaCulture

Комментарии

Информация по комментариям в разработке