Budhe Suniba Heu || Baidehisha Bilasa || ପଞ୍ଚତ୍ରିଂଶ ଛାନ୍ଦ || ବୁଧେ ଶୁଣିବା ହେଉ ସୁମତି || ବୈଦେହୀଶ ବିଳାସ

Описание к видео Budhe Suniba Heu || Baidehisha Bilasa || ପଞ୍ଚତ୍ରିଂଶ ଛାନ୍ଦ || ବୁଧେ ଶୁଣିବା ହେଉ ସୁମତି || ବୈଦେହୀଶ ବିଳାସ

ବୈଦେହୀଶ ବିଳାସ
ପଞ୍ଚତ୍ରିଂଶ ଛାନ୍ଦ - ରାଗ - ଚିନ୍ତା ଭୈରବ

ବୁଧେ ଶୁଣିବା ହେଉ ସୁମତି
ବଇଶ୍ରବଣେ ଲଙ୍କ ଦେବତୀ
ବିହିଲା ସନ୍ଦେଶ ହେଲାଟି ଜୀବେଶ
ବାର୍ତ୍ତା ପ୍ରବେଶ ଜାନକୀ କତି ରେ । ବିଂଶାକ୍ଷ । ୧ ।

ବସି ସ୍ଵପନ ଚେତି କମ୍ପନ
ବାହାରିଲା ସେ ଅଶୋକ ବନ
ବହୁତ ଦିହୁଡ଼ି ଅନ୍ଧାର ଘଉଡ଼ି
ଶୁଭେ ମଣିମା ମଣିମା ସ୍ଵନ ସେ । ବୀଥିରେ। ୨।

ବୁଲାଉଛି ଚକ୍ର ପ୍ରାୟେ ନେତ୍ର
ବହି ଶୂଳଗଦା ଅସିପତ୍ର
ବିଂଶାର୍ଦ୍ଧ ଆନନ ଶୋଭା ଆନ-ଆନ
ଆନନ ଲଙ୍ଘେ ଯା ଦେବ ଗୋତ୍ର ସେ । ବିଂଶାକ୍ଷ । ୩ ।

ବଡ଼ଭୀକି ଉଠି ଯାଉଁ ଦୁଷ୍ଟ
ବଡ଼ଭୀରେ ସୀତା କଲେ ପୃଷ୍ଠ
ବିଷୟମାନ ଅତିଶୟ ସଂଶୟ
ନଷ୍ଟ ହେବ ଭାବି ହେଲା ହୃଷ୍ଟ ସେ। ବାତଜ। ୪।

ବସେ ପାଶେ ହୋଇ ମଧୁ ବ୍ରତେ
ବାଣୀ ସରସ ଶର କ ଶ୍ରୁତେ
ବସଇ ଭାଷଇ ଦୈତ୍ୟ ନ ବସଇ
କିମ୍ପା କୃପା ମୋହଠାରେ ଚିତ୍ତେ ରେ । ବରାଙ୍ଗି । ୫ ।

ବଦାନ୍ୟ ଯେ ଲେକେ ହୋଇଥାଇ
ବୁଝ ତନୁ ଦାନ କି ନ ଦେଇ ।
ବିଧିରେ ତୁ ନିଧିରୂପା ରସନିଧି
ମୁଁ ଯେ ତୋହର ସନ୍ନିଧିସ୍ଥାୟୀ ରେ । ବରାଙ୍ଗି। ୬।

ବିଭାକର ବଲ୍ଲଭୀ ପଦ୍ମିନୀ
ବିଳସଇ ସେ ମଧୁପ ଘେନି ।
ବିଭାକରବଂଶୀ ପ୍ରିୟା ତୁ ପଦ୍ମିନୀ
ମୁଁ ମଧୁପ ହୁଅ ରସଦାନୀ ରେ ।ବରାଙ୍ଗି । ୭ ।

ବାରି ପାଶକୁ ତୃଷାର୍ତ୍ତୀ ଯାଇ
ବିଚାର ତ କରେ ସେ କି ନାହିଁ ।
ବାରିଦବାରିରେ ଆଶାୟୀ ଚାତକ
ତୃଷା ନିବାରେ ତୁଷାର ପିଇ ରେ । ବରାଙ୍ଗି । ୮ ।

ବହୁ ନାୟିକା ବଲ୍ଲଭ ଶଙ୍କା
ବହୁ ବିମୁଖ ପାଞ୍ଚି ରସିକା ।
ବିପ୍ରଲବ୍‌ଧା ସମ ସୁଷମ ସମସ୍ତେ
ହେବେ ହେବୁ ସ୍ଵାଧୀନଭର୍ତ୍ତୃକା ରେ । ବରାଙ୍ଗି । ୯ ।

ବିଂଶ ସପ୍ତାଧିକ ତାରାପତି
ବିଧୁ ରୋହିଣୀ ତା ପ୍ରିୟବତୀ |
ବିକୃତ ନୁହଁ ମୁଁ ସ୍ବୀକୃତ କରୁଛି
ତୋହ କୃତ ରସେ ମୋର ପ୍ରୀତି ରେ । ବରାଙ୍ଗି । ୧୦ ।

ବାଣୀ ବାଣ ମୋହର ହୋଇଲା
ବ୍ୟଥା ସୀତାଙ୍କୁ ଦେଲା ଜାଣିଲା ।
ବେଦମତୀମତି ନ ପୁଣ ଯୁବତୀ
ଶାପ ଦେବ ଏ ଭୟେ ଉଠିଲା ସେ । ବିଂଶାକ୍ଷ। ୧୧ ।

ବୋଇଲା ସେ ଏମାସେ ରମଣି
ବଲ୍ଲଭକୁ ନ ପାରିଲେ ଆଣି |
ବଧିବି ଅବଧି ଚନ୍ଦ୍ରହାସ ଘେନି
ଚନ୍ଦ୍ରହାସଶୋଭି ଥାଅ ଜାଣି ରେ । ବରାଙ୍ଗି । ୧୨ ।

ବହୁ ମୂଲ୍ୟ ରତ୍ନ ଯୋଗୀଠାବେ
ବନ୍ଧା ହୋଇଥାଇ କରେ ତେବେ ।
ବଳ କରବା କରଣି ତାର କାହିଁ
ପଡ଼େ ତସ୍କର କରୟର ଯେବେ ରେ । ବରାଙ୍ଗି । ୧୩ ।

ବାହୁଡ଼ିଲା ସେ ସକ୍ରୋଧ ହୋଇ
ବାଟେ ରାକ୍ଷସୀମାନଙ୍କୁ କହି ।
ବଶ ତ ନୋହିଲା ସ୍ନେହରେ କହନ୍ତେ
ଏବେ ରହରେ ଭୟ ଦେଖାଇ ସେ । ବାମାକୁ । ୧୪ |

ବୋଲୁଁ ବାହୁଡ଼ିଣ ନିଶାଚରୀ
ବେଢ଼ି ଭୟଙ୍କର ରୂପ ଧରି ।
ବାଣ୍ଟି ପଳ ପଳ କରି ଏହା ପଳ
ଶିରେ ଉପଳ ତାଡ଼ ପ୍ରଚାରି । ବାମାଏ। ୧୫।

ବଶ ନୋହେ ଏ ରାଜାଧିରାଜେ
ବଡପଣ ଦେଖାଇଛି ଧୈର୍ଯ୍ୟୈ
ବାୟସୀ ହଂସ ପ୍ରେୟସୀ ଯୋଗ କାହିଁ
ବର୍ଣ୍ଣ ଅସିତ ସିତ କି ଭଜୋ ଗେ । ବାମାଏ। ୧୬।

ବ୍ୟବହାର ଏହା ଶୁକ ପରି
ବିଳସନ୍ତା ସୁବର୍ଣ୍ଣ ପଞ୍ଜରୀ ।
ବନ ଭବନ ଭାବନା ଏକା କରେ
ଭଲ ପଢ଼ାଇଛି ଜଟାଧାରୀ ଗୋ । ବାମାଏ । ୧୭ ।

ବୋଲୁଅଛି ଏକା ରାମ ରାମ
ବନ୍ଦୀ ମୋକ୍ଷଣେ ହେବ କି କ୍ଷମ ।
ବିବେକ ପ୍ରଚରୀ ପକ୍ଷୀ ବନଚାରୀ
ବାଇ ପଶୁ ଚାରି ଏ ସୁଷମ ଗୋ । ବାନ୍ଧବୀ । ୧୮।

ବୋଧି ତ୍ରିଜଟା ତାହାଙ୍କ ରଖି
ବୋଲେ ସୀତା ସୀତାଂଶୁସୁମୂଖୀ ।
ବରୁଣଦିଗେ କି ତରୁଣ ଅରୁଣ
ଉଦେ ହୋଇଛି କେ ଅଛ ଦେଖି ଗୋ। ବାମାଏ। ୧୯।

ବିକଶିଛି କି ଶିଖରିଶିଖେ
ବିନା ଜଳରେ ପଦ୍ମ ତା ସୁଖେ ।
ବନ୍ଧନ ଆଶାବନ୍ଧରେ କି କୁଞ୍ଜର
ଶୁଣା ପ୍ରବନ୍ଧ କି ମୂର୍ଖ ମୁଖେ ଗୋ । ବାମାଏ। ୨୦।

ବଳିପଡ଼ିବା ବା ଏମାନ ହେବ
ବଇଦେହୀ ଚିତ୍ତ ନ ଟଳିବା।
ବିନା ଶ୍ରୀରାମରେ କୋଟିଏ କାମରେ
ଏ ତ ପାମରେ କି ସମ୍ଭବିବ ଗୋ। ବାମାଏ। ୨୧।

ବୋଲି ମଉନ ଜାନକୀ ହେଲେ
ବିଭାବରୀ ଶେଷ ଏହିକାଳେ।
ବିରଞ୍ଚି ନାରଦ ତୁମ୍ବୁରୁ ଲଙ୍କାରେ
ସେବା ବିରଚିବାକୁ ଆସିଲେ ସେ। ବେଗରେ। ୨୨।

ବେଦ ବୀଣା ସ୍ତୁତି ଆରମ୍ଭଣେ
ବୋଲେ ଦ୍ବାସ୍ଥ କେଉଁ ବଡ଼ପଣେ।
ବିଷୟ ନ ଜାଣି ହୁଅ କଳକଳ
ରହ ସକଳେ ମଉନେ କ୍ଷଣେ ହେ । ବିବୁଧେ | ୨୩ |

ବିଷେ ନ ବୋଲୁଁ ବୋଲେ ତ୍ଵରିତ
ବ୍ୟାଧି ରାଜା ଅନ୍ତର୍ଗତେ ଜାତ।
ବୈଦେହୀ ପାଚନ ରସ ରତ୍ନାକର
ବିରଚନକୁ ଅର୍ଚ୍ଚିତ ଚିତ୍ତ ହେ । ବିବୁଧେ | ୨୪ |

ବ୍ରହ୍ମା ବୋଲେ ତେବେ ସନ୍ନିପାତ
ବିନାଶନେ ତେଜ ହୁଏ ସତ।
ବିହିଲ ଭଙ୍ଗୀ ତ ନ ବୁଝି ଇଙ୍ଗୀତ
ଜାଣ ପରା ସଙ୍ଗୀତ ସାହିତ୍ୟ ହେ। ବିଧାତା। ୨୫।

ବିଧ୍ବଂସନ ତମସ କ୍ରମଶେ
ବିକର୍ତ୍ତନ ଉଦେ ହୋଇ ଆସେ।
ବିଶ୍ବଚତୁରୀ ଉକୁଟାଇ କସ୍ତୁରୀ
ଘେନେ କୁଙ୍କୁମ ଚାତୁରୀବେଶେ ସେ। ବିଗ୍ରହେ। ୨୬।

ବୃଷା ବାହାର ଚଢ଼ି କୁଞ୍ଜର
ବ୍ୟକତ କି ତା ଶିର-ସିନ୍ଦୂର।
ବହେ ରଙ୍ଗାମ୍ବରେ ଛତ୍ର ଆଡମ୍ବରେ
ଅମ୍ବରେ କି ଦିଗପରିଚାର ସେ। ବିରାଜେ। ୨୭

ବାହାରିଲେ ଐନ୍ଦ୍ରିୟେ ଆନନ୍ଦ
ବାଜେ ଦେବାଳୟେ ଶଙ୍ଖବୃନ୍ଦ।
ବଞ୍ଚିଲେ କ୍ରୋଡ଼େ ଲୁଚିଲେ ରାତ୍ରିଚରେ
ନ ମୁଞ୍ଚିରେ କଦା ଭୟ ହୃଦ ସେ। ବାସରେ। ୨୮।

ବୀକ୍ଷଣ ଏ ସମୟକୁ କଲେ
ବିଭକ୍ଷଣେ ମନ ବଳାଇଲେ।
ବିଗତ କର୍ବୁରୀ ପୂଗ ତ ଜଗତ-
ରଞ୍ଜନୀର ପାରୁଶରୁ ହେଲେ ସେ। ବେଗରେ। ୨୯।

ବୃଦ୍ଧଗଣ୍ଡକୀ ନଦୀ ସ୍ନାନରେ
ବଳାଇଲେ ଚିତ୍ତ ତତପରେ।
ବିଳମ୍ବ ଗମନ ପ୍ରଳମ୍ବକୁନ୍ତଳା
ଅବଲମ୍ବ ଏହି ମନୋହରେ ସେ। ବୈଦେହୀ। ୩୦।

ବିଶେଷିତ ଗର୍ଭାଳସୀ ହଂସୀ
ବନଜିନୀଦଳେ କି ବିଳସି।
ବାହୁ ଲମ୍ବିତ କୁଚ ଚକ୍ର ଚୁମ୍ବିତ
ମୃଣାଳକୁ ଏହି ଲକ୍ଷ ଆସି ସେ। ବୈଦେହୀ। ୩୧।

ବେଣୀ ଅଳପ ଚରମେ ଚଳେ
ବସ ମୟୁରପୁଚ୍ଛ କି ଚାଳେ।
ବେନି ଡୋଳାହିଁ ନଚାହିଁଲା ଚାହିଁଲା
କି ଶୋଇଲା ହୋଇ ଭୃଙ୍ଗ ଖେଳେ ସେ। ବାରିଜେ। ୩୨।

ବାର୍ଦ୍ଧିଜାତେ ଇନ୍ଦୁ ନିଷ୍କଳଙ୍କା
ବଦନରେ ଛାଡ଼ି କି ସେ ଶଙ୍କା।
ବେଢ଼ିଲେ ଜଡ଼ିଲେ ଘୋଡ଼ିଲେ ଭାଲାର୍ଦ୍ଧ
ବେଢ଼ି ଚକୋରପନ୍ତି ଅକାଳ ସେ। ବୈଦେହୀ। ୩୩।

ବିଚଳିତ ନାସା ଶ୍ୱାସ ବଳେ
ବସି ଉର୍ଦ୍ଧ୍ବେକି ଶୁକ ଚଞ୍ଚଳେ।
ବିମ୍ବାଧର ଶୁଷ୍କ ଧରଣୁ ଧରଷେ
ନାହିଁ ଏହି ଉପଲକ୍ଷ ମିଳେ ସେ। ବୈଦେହୀ। ୩୪।

ବକ୍ଷୋଜ ତଳେ ରୋମାଳି ସାଧୁ
ବିଜନସ୍ଥାନ ହୃଦ ବିଶୁଦ୍ଧୁ।
ବାହୁଡ଼େ ଶରଘା ଶରଧାରେ ଉରେ
ସଞ୍ଚି ଅବା ରାମ-ପ୍ରେମ ମଧୁସେ। ବୈଦେହୀ।୩୫।

ବିଲକ୍ଷି ଏମାନ ହନୁମାନ
ବିଚାରି ଏ ଅନୁମାନମାନ।
ବିଶ୍ରମୁ ଏକ ତରୁତଳେ ତରୁଣୀ
ଏଥି ଉତ୍ତାରୁ ଅମୃତ ପାନ ସେ। ବିହିଲେ। ୩୬।

ବୋଲେ ଦାଶରଥୀ ଚାପଧାରୀ
ବନ ଦଣ୍ଡକେ ପୁଣି ବିହରି।
ବହେ ରାମ ନାମ ଶ୍ରୀରାମ ରାଘବ
ରାମଚନ୍ଦ୍ର ରାମଭଦ୍ର କରି ସେ। ବିଧାତା। ୩୭।

ବନ୍ଧୁ ପ୍ରାଣର ପୃଥ୍ଵୀକୁମାରୀ
ବିସର୍ଜନ୍ତି କି ଦିବା ଶର୍ବରୀ।
ବିଚକ୍ଷଣ ସେ ଲକ୍ଷ୍ମଣରେ ରକ୍ଷଣ
ଭ୍ରାତ ଲକ୍ଷ୍ମଣହିଁ ଅନୁସରି ହେ। ବିଧାତା। ୩୮।

ବଳା ଗଳାମାଳା ହୋଇଥିଲା
ବିଚ୍ଛେଦିଣ କେ ତା ଚୋରି କଲା।
ବାରତା ଶ୍ରବଣ ରାବଣ ଦ୍ରବିଣ
କ୍ରମେ ସୁଗ୍ରୀବ ସଂଯୋଗ ହେଲା ହେ। ବିଧାତା। ୩୯।

#BudheSunibaHeu #BaidehishaBilasaByUpendraBhanja #ବୈଦେହୀଶବିଳାସ #Chhanda_35
#UpendraBhanja #BhanjaSangeeta #BhanjaSangita
#KabisamratUpendraBhanja
#BaidehishaBilasa #UpendraBhanjaSangeeta #UpendraBhanjaSongs #UpendraBhanjaSahitya #UpendraBhanjaBhajan #UpendraBhanjaChhanda #UpendraBhanjaKabita
Baidehisha Bilasa By Upendra Bhanja
Upendra Bhanja Songs
Budhe Suniba Heu Sumati
Kabisamrat Upendra Bhanja
Upendra Bhanja Chhanda

Комментарии

Информация по комментариям в разработке