Biswakarma Nka Kahani O Mahatmya - Sri Charana | ବିଶ୍ୱକର୍ମାଙ୍କ କାହାଣୀ ଓ ମାହାତ୍ମ୍ୟ | Sidharth Music

Описание к видео Biswakarma Nka Kahani O Mahatmya - Sri Charana | ବିଶ୍ୱକର୍ମାଙ୍କ କାହାଣୀ ଓ ମାହାତ୍ମ୍ୟ | Sidharth Music

ଦେବଶିଳ୍ପୀ ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା ସେସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ । ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ତେଣୁ ଏହି ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଏ ।
---------------------------------------------------------
Song : Debasilpi Biswakarma Mahatmya Gahani
Singer : Sri Charana
Lyrics : Dillip Jena
Music Director : Puratana
Video Artist : Sri Charana
Album : Debasilpi Biswakarma Mahatmya Gahani
Album No : SM - 3699
Music Label : Sidharth Music
-------------------------------------------------------
♪ Full Song Available on ♪
JioSaavn : https://bit.ly/3c66J61
Wynk :
Gaana : https://bit.ly/3iHHlGA
Apple Music : https://apple.co/3mloiUu
Amazon Prime Music : https://amzn.to/2ZHOEGI
Spotify : https://spoti.fi/32FqFtL
Resso :
Also available on ITunes

---------------------------------------------------
Watch & Subscribe to our other YouTube Channels:
👉 Sidharth Bhakti :    / sidharthbhakti  
👉 Sidharth Music:    / sidharthmusic  
👉 Sidharth TV :    / sidharthtv  
👉 Namita Agrawal :    / namitaagrawal  
-----------------------------------------------------
Enjoy & stay connected with us!
👉 Like us on Facebook :   / sidharthbhaktiodia  
-----------------------------------------------------
#OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

Комментарии

Информация по комментариям в разработке