ସପ୍ତସତୀ ଚଣ୍ଡୀପାଠ Sapta Sati Chandi Patha I Sidharth TV

Описание к видео ସପ୍ତସତୀ ଚଣ୍ଡୀପାଠ Sapta Sati Chandi Patha I Sidharth TV

ଶକ୍ତି ଉପାସନା ହିନ୍ଦୁ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।ଜଣେ ଆସ୍ତିକ ହିନ୍ଦୁ ବଡ ଶ୍ରଦ୍ଧା ସହକାରେ ସପ୍ତଶତୀ ଚଣ୍ଡୀ ପାଠ କରିଥାଏ କାରଣ ତାର ବିଶ୍ୱାସ ଯେ ସପ୍ତସତୀ ପାଠରେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ ହୁଏ । ଅଭୀଷ୍ଟ ତଥା କାମନା ପୂର୍ତ୍ତି ପାଇଁ ପ୍ରାୟ ଏହି ଚଣ୍ଡୀପାଠ କରାଯିବା ଆମ ଜନମାନସରେ ଅନେକଦିନରୁ ଦେଖିବାକୁ ମିଳୁଛି। କିଛି ଲୋକ କହନ୍ତି– ‘କଳୌ ଚଣ୍ଡି ବିନାୟକୌ’ ଅଥବା ‘କଳୌ ଚଣ୍ଡିମହେଶ୍ୱରୌ’ । ଏଥିରୁ ଅନୁମେୟ ହୁଏ କି କଳିଯୁଗରେ ଚଣ୍ଡୀର ବିଶେଷ ମହତ୍ତ୍ବ ରହିଛି ।

ସପ୍ତଶତୀ ଦୁର୍ଗା ସାତଶହ ଶ୍ଳୋକ ବିଶିଷ୍ଟ ଏବଂ ଏହା ତିନିଭାଗରେ ଅଥବା ଚରିତରେ ବିଭକ୍ତ ହୋଇଛି । ପ୍ରଥମ ଚରିତରେ ବ୍ରହ୍ମା ଯୋଗନିଦ୍ରାଙ୍କର ସ୍ତୁତି କରି ବିଷ୍ଣୁଙ୍କୁ ଜାଗ୍ରତ କରିଥିଲେ। ଏହିଭଳି ଜାଗ୍ରତ ହେବାଦ୍ୱାରା ମଧୁ-କୈଟଭର ନାଶ ହୋଇଥିଲା । ଦ୍ୱିତୀୟ ଚରିତରେ ମହିଷାସୁର-ବଧ ନିମିତ୍ତ ସମସ୍ତ ଦେବଗଣଙ୍କର ଶକ୍ତି ଏକତ୍ର ହୋଇ, ସେହି ଶକ୍ତି ଦ୍ୱାରା ମହିଷାସୁରର ବଧ ହୋଇଥଲା । ତୃତୀୟ ଚରିତରେ ଶୁମ୍ଭ-ନିଶୁମ୍ଭ ବଧ ନିମିତ୍ତ ଦେବଗଣ ପ୍ରାର୍ଥନା କଲେ, ସେତେବେଳେ ପାର୍ବତୀଙ୍କ ଶରୀରର ପ୍ରାଦୁର୍ଭାବ ହେଲା ଆଉ କ୍ରମଶଃ ଧୂମ୍ରଲୋଚନ, ଚଣ୍ଡ-ମୁଣ୍ଡ ଏବଂ ରକ୍ତବୀଜର ବଧ ହୋଇ ଶୁମ୍ଭ-ନିଶୁମ୍ଭର ସଂହାର ହେଲା ।

ଏହି କଥନୀକାକୁ ଯଦି ଧ୍ୟାନପୂର୍ବକ ପାଠକରାଯାଏ ତେବେ କେତେକ ମହତ୍ତ୍ବପୂର୍ଣ୍ଣ କଥା ଅବଗତ ହୋଇପାରିବା।

Комментарии

Информация по комментариям в разработке