ନିମିଷେ ଦରଶନରେ || NIMISE DARASHANARE (New Kirtan by Bapi Bhai)

Описание к видео ନିମିଷେ ଦରଶନରେ || NIMISE DARASHANARE (New Kirtan by Bapi Bhai)

ଚାହିଁଛନ୍ତି ସେ ଆତୁରେ କାହିଁ ଯାଉ ବହୁଦୂରେ
ବାନ୍ଧି ହୋଇଯା ତୁ ଥରେ ତାଙ୍କ ସତନାମ ଡୋରେ

ହରି ନେବେ ପାପ ତାପ ନିମିଷେ ଦରଶନରେ....

ସତସଙ୍ଗ ସାଧୁମେଳେ ଅପାର ଆନନ୍ଦ ମିଳେ
            ବିଧି ବିମୁଖେ ଭ୍ରାନ୍ତି ଉପୁଜେ ଅଜ୍ଞାନତା ବଳେ
ପଥ ଭୁଲି ଆଶଙ୍କାରେ ଘନ ଘୋର ଅନ୍ଧକାରେ
            ନାଉରୀର ନାବ ଡୁବେ ଅବିଳମ୍ବେ ଜାଣତରେ (1)

ପିଣ୍ଡରୁ ପରାଣ ଫେଡ଼ି ପ୍ରାଣପକ୍ଷୀ ଯିବ ଉଡି
           ନାଟକ ସାରି ନୀଡ଼ ତୁ ଛାଡ଼ି ଯିବୁରେ ବାହୁଡ଼ି
କରମ ତୋ ଧରମରେ ଧରମ ତୋ କରମରେ
           ଅବୁଝା ଅନ୍ତର କେବେ ସତେ କିବା ବୁଝିପାରେ (2)

ବାଧା ବିଘ୍ନ ଦୂର ହେବ ଅହଙ୍କାର ଚୂର୍ଣ୍ଣ ହେବ
           ଶୋକ ସନ୍ତାପ ଦୁଃଖ ବିଳାପ ମରୁ ପାଲଟିବ
ଭୟକୁ ଭୁଲାଇ ବାରେ ଚିତ୍ତ ରଖି ନିରନ୍ତରେ
           ଭାବନାର ଅନ୍ତରାଳେ ଭଜୁଥା ତୁ ଶ୍ରୀପୟରେ (3)

LYRICS : AMARENDRA PANDA
MUSIC : SAMEER PRADHAN

Комментарии

Информация по комментариям в разработке